ଏକ ହୃଦୟସ୍ପର୍ଶୀ ଓଡ଼ିଆ କବିତା

ଚଳନ୍ତି ଭଗବାନ

ବାପା ଓ ମାଆ—
ଯେଉଁମାନଙ୍କୁ ଭଗବାନଙ୍କ ପରି ଖୋଜିବା ଦରକାର ନାହିଁ,
କେବଳ ଘରେ ଥିବାବେଳେ ଚିହ୍ନିବା ଦରକାର।

ଏହି କବିତା ବାପା ଓ ମାଆଙ୍କ ନିଃସ୍ୱାର୍ଥ ତ୍ୟାଗ, ସନ୍ତାନ ପାଇଁ ସେମାନଙ୍କର ସଂଘର୍ଷ, ମମତା ଏବଂ ବୃଦ୍ଧାବସ୍ଥାରେ ସନ୍ତାନଙ୍କ ଦୂରେଇଯିବାକୁ ନେଇ ଲେଖାଯାଇଥିବା ଏକ ଭାବପୂର୍ଣ୍ଣ ଅନୁଭବ। ଧୀରେ ଧୀରେ ପଢ଼ନ୍ତୁ, ଅନୁଭବ କରନ୍ତୁ।

ବାପା

ବାପା ଙ୍କ ପାଦରେ ପୁରୁଣା ଚପଲଟିଏ, କିନ୍ତୁ ପୁଅର ପାଦରେ ନୂଆ ଜୋତା ଦରକାର।

ବାପାଙ୍କ ଦେହରେ ସିଲେଇ ହୋଇଥିବା ପୋଷାକ, କିନ୍ତୁ ପୁଅର ଡ୍ରେସ୍‌ରେ କେବେ ଦାଗ ରହିବ ନାହିଁ— ଏଇ ହେଉଛି ତାଙ୍କର ଜିଦ୍।

ପକେଟରେ ଟଙ୍କା ନଥିଲେ ବି ପୁଅକୁ ଅଭାବ ଜାଣିବାକୁ ଦିଅନ୍ତି ନାହିଁ, ନିଜ ସ୍ୱପ୍ନକୁ ଚୁପ୍ କରିଦେଇ ପିଲାର ସ୍ୱପ୍ନକୁ ଆକାଶ ଦେଖାନ୍ତି।

ମାଆ

ଆଉ ମାଆ—

ନିଜ ଭୋକକୁ ପାଣି ପିଇ ଶୁଆଇ ଦିଏ, କିନ୍ତୁ ପିଲାର ଥାଳିରେ ଶେଷ ଭାତ ଦାନାଟିଏ ପର୍ଯ୍ୟନ୍ତ ମମତା ଭରିଦିଏ।

ପିଲା ରାଗରେ ମାଆକୁ ଶହେ କଥା କହିଦିଏ, ମାଆ କିନ୍ତୁ ସେହି ଶହେ କଥା ଭିତରୁ ଗୋଟିଏ ଭଲ କଥା ଖୋଜି ପୁଣି ଆଶୀର୍ବାଦ କରିଦିଏ।

ନିଃସ୍ୱାର୍ଥ ତ୍ୟାଗ

ବାପା କେବେ କହନ୍ତି ନାହିଁ— “ମୁଁ ତୋ ପାଇଁ କେତେ କରିଛି…”

ମାଆ କେବେ ପଚାରେ ନାହିଁ— “ମୋ ପାଇଁ ତୁ କ'ଣ କଲୁ?”

ସେମାନଙ୍କର ହିସାବ ଖାତାରେ ଦେବା ଅଛି, କିନ୍ତୁ ନେବା ନାହିଁ।

ସମୟ

ସମୟ ଗଡ଼ିଯାଏ… ପିଲା ବଡ଼ ହୁଏ, ନିଜ ଘର, ନିଜ ସଂସାର, ନିଜ ବ୍ୟସ୍ତତାରେ ବାପା-ମାଆ ପାଇଁ ସମୟଟିଏ ଛୋଟ ହୋଇଯାଏ।

କିନ୍ତୁ ବାପା-ମାଆଙ୍କ ଆଖିରେ ସେ ପିଲାଟି ଆଜି ବି ସେହି ପୁରୁଣା ପିଲା।

ହେ ଜଗନ୍ନାଥ… କେମିତି ଏ ସଂସାର?

ଯେଉଁମାନେ ଆମକୁ ଜୀବନ ଦେଲେ, ଆମ ପାଇଁ ନିଜ ଜୀବନ ଭୁଲିଗଲେ, ସେମାନଙ୍କୁ ହିଁ ଆମେ ସମୟ ଦେଇପାରିଲୁ ନାହିଁ।

ହୁଏତ ମଣିଷ ଏ ସଂସାରକୁ କେବଳ ଖଟିବା ପାଇଁ ଆସିନାହିଁ…

କାହାର ଆଖିର ଲୁହ ପୋଛିବାକୁ, କାହାର ହାତ ଧରିବାକୁ, ଆଉ ଘରେ ଥିବା ସେଇ ଦୁଇ ଚଳନ୍ତି ଭଗବାନଙ୍କୁ ଜୀବନ ଥିବାବେଳେ ଭଲପାଇବାକୁ ଆସିଛି।

ଭଗବାନ ସବୁବେଳେ ପଥର ହୋଇ ଆସନ୍ତି ନାହିଁ, ବେଳେବେଳେ ବାପା-ମାଆ ହୋଇ ଘରକୁ ଆସନ୍ତି।

ଚଳନ୍ତି ଭଗବାନ

ବାପା ଓ ମାଆ— ଏ ଦୁଇଟି ନାଁ ନୁହେଁ, ଦୁଇଟି ନିଃସ୍ୱାର୍ଥ ପ୍ରାର୍ଥନା, ଯେଉଁମାନେ ନିଜେ ଜଳି ଆମ ଜୀବନରେ ଆଲୋକ ଭରନ୍ତି।

ବାପା ଙ୍କ ପାଦରେ ପୁରୁଣା ଚପଲଟିଏ, କିନ୍ତୁ ପୁଅର ପାଦରେ ନୂଆ ଜୋତା ଦରକାର।

ବାପାଙ୍କ ଦେହରେ ସିଲେଇ ହୋଇଥିବା ପୋଷାକ, କିନ୍ତୁ ପୁଅର ଡ୍ରେସ୍‌ରେ କେବେ ଦାଗ ରହିବ ନାହିଁ— ଏଇ ହେଉଛି ତାଙ୍କର ଜିଦ୍।

ପକେଟରେ ଟଙ୍କା ନଥିଲେ ବି ପୁଅକୁ ଅଭାବ ଜାଣିବାକୁ ଦିଅନ୍ତି ନାହିଁ, ନିଜ ସ୍ୱପ୍ନକୁ ଚୁପ୍ କରିଦେଇ ପିଲାର ସ୍ୱପ୍ନକୁ ଆକାଶ ଦେଖାନ୍ତି।

ଆଉ ମାଆ—

ନିଜ ଭୋକକୁ ପାଣି ପିଇ ଶୁଆଇ ଦିଏ, କିନ୍ତୁ ପିଲାର ଥାଳିରେ ଶେଷ ଭାତ ଦାନାଟିଏ ପର୍ଯ୍ୟନ୍ତ ମମତା ଭରିଦିଏ।

ପିଲା ରାଗରେ ମାଆକୁ ଶହେ କଥା କହିଦିଏ, ମାଆ କିନ୍ତୁ ସେହି ଶହେ କଥା ଭିତରୁ ଗୋଟିଏ ଭଲ କଥା ଖୋଜି ପୁଣି ଆଶୀର୍ବାଦ କରିଦିଏ।

ବାପା କେବେ କହନ୍ତି ନାହିଁ— “ମୁଁ ତୋ ପାଇଁ କେତେ କରିଛି…”

ମାଆ କେବେ ପଚାରେ ନାହିଁ— “ମୋ ପାଇଁ ତୁ କ'ଣ କଲୁ?”

ସେମାନଙ୍କର ହିସାବ ଖାତାରେ ଦେବା ଅଛି, କିନ୍ତୁ ନେବା ନାହିଁ।

ସମୟ ଗଡ଼ିଯାଏ… ପିଲା ବଡ଼ ହୁଏ, ନିଜ ଘର, ନିଜ ସଂସାର, ନିଜ ବ୍ୟସ୍ତତାରେ ବାପା-ମାଆ ପାଇଁ ସମୟଟିଏ ଛୋଟ ହୋଇଯାଏ।

କିନ୍ତୁ ବାପା-ମାଆଙ୍କ ଆଖିରେ ସେ ପିଲାଟି ଆଜି ବି ସେହି ପୁରୁଣା ପିଲା।

ହେ ଜଗନ୍ନାଥ… କେମିତି ଏ ସଂସାର?

ଯେଉଁମାନେ ଆମକୁ ଜୀବନ ଦେଲେ, ଆମ ପାଇଁ ନିଜ ଜୀବନ ଭୁଲିଗଲେ, ସେମାନଙ୍କୁ ହିଁ ଆମେ ସମୟ ଦେଇପାରିଲୁ ନାହିଁ।

ହୁଏତ ମଣିଷ ଏ ସଂସାରକୁ କେବଳ ଖଟିବା ପାଇଁ ଆସିନାହିଁ…

କାହାର ଆଖିର ଲୁହ ପୋଛିବାକୁ, କାହାର ହାତ ଧରିବାକୁ, ଆଉ ଘରେ ଥିବା ସେଇ ଦୁଇ ଚଳନ୍ତି ଭଗବାନଙ୍କୁ ଜୀବନ ଥିବାବେଳେ ଭଲପାଇବାକୁ ଆସିଛି।

ବାପା ଓ ମାଆ— ମନ୍ଦିରରେ ଖୋଜନି, ଘରେ ଥିଲେ ତାଙ୍କ ପାଦ ଛୁଇଁନିଅ… କାରଣ ଭଗବାନ ସବୁବେଳେ ପଥର ହୋଇ ଆସନ୍ତି ନାହିଁ, ବେଳେବେଳେ ବାପା-ମାଆ ହୋଇ ଘରକୁ ଆସନ୍ତି।

ହୃଦୟ ରୁ ପଦୁଟି ଏ। — ଅମୁଲ୍ୟ ପାତ୍ର

“ବାପା-ମାଆଙ୍କୁ ଭଲପାଇବା ପାଇଁ
କାଲିକୁ ଅପେକ୍ଷା କରନ୍ତୁ ନାହିଁ।”

— ଚଳନ୍ତି ଭଗବାନ